ଏ ସଂସାର ଏକ ସାହିତ୍ୟିକ, ଆଧ୍ୟାତ୍ମିକ ବୃତ ଭଳି। ମୁଁ ସେଇ ବୃତର କ୍ଷଣିକ ଜୀବନ ପରିଧୀ ମଧ୍ୟରେ ଏକ ବିଂଦୁତିଏ ମାତ୍ର। ମୋର ଜନ୍ମ ୧୯୬୦ ମସିହା ଅକ୍ଟୋବର ୧୦ ତାରିଖ ରେ ଏକ କଳାକାର ସମ୍ଭ୍ରାନ୍ତ ଯୌଥ ପରିବାରରେ। ପିଲାଟି ଦିନରୁ ପଥ ପଢିବା ସହ ନାଚ, ଗୀତା, ଖେଳ, ଡ୍ରାମା ଆଦି ଅନେକ କଳା ପ୍ରତି ଆଗ୍ରହ ଓ ଇଚ୍ଛାଶକ୍ତି ମୋତେ ଆଗକୁ ଯିବାକୁ ପ୍ରେରଣା ଦେଉଥିଲା। କେଉଁଠି କେମିତି ଲୁଚି-ଲୁଚି ଯାଇ ଗୀତା ବୋଲିବା, ନାଚିବା, ଖେଳିବା, ଓ ଗୀତକୁ ଲେଖି ସ୍ଵରରେ ବୋଲିବାକୁ ଭଲ ମନେକରୁଥିଲି। ମୋର ପୂଜିୟ ବନ୍ଦନୀୟ ଗୁରୁ ଓ ପରିବାରର ସଦସ୍ୟ ମାନେ ଅନେକ କାର୍ଯକ୍ରମ ଓ ଅନୁଷ୍ଠାନ କୁ ନେଇ ଅନ୍ତର୍ନିହିତ ଗୁଣକୁ ପରିସ୍ଫୁଟ କରିବାରେ ସହଯୋକ ଓ ଶଦ୍ଦଇଛା କୁ ଆଜି ଯାଏ ଭୁଲିନୀ। ମୋର ପ୍ରକାଶିତ ପୁସ୍ତକ ଗୁଡିକ ଲୋକଲୋଚନକୁ ଆଣିବା ପାଇଁ ସାହିତ୍ୟ ସଂସଦର ସଭାପତି ତଥା ମୋର ପୂଜ୍ୟ ଗୁରୁ ପ୍ରାଧ୍ୟାପକ ସାହିତ୍ୟିକ ଗବେଷକ ଡକ୍ଟର ବ୍ରହ୍ମାନନ୍ଦ ଦାସଙ୍କ ଅବଦାନ, ପ୍ରଚେଷ୍ଠା, ପ୍ରେରଣା ମୋତେ ଉତ୍ସାହିତ କରିଥିଲା। କଲେଜ ଶିକ୍ଷା ସମାପ୍ତି ପରେ ଚାକିରି ଛାଡି ସମାଜସେବା, ସାହିତ୍ୟ ଓ ରାଜନୀତି କୁ ନିଜର କରି ନେଲି। ଲେଖାଲେଖି କରିବା, ପଢିବା, ସମାଲୋଚନା କରିବା, ଓ ସାମାଜିକ ବ୍ୟବସ୍ଥାର ପରିବର୍ତନ କରିବାକୁ ଜୀବନର ବ୍ରତ ବୋଲି ଧରିନେଲି। ରାଜ୍ୟର ଗୋଟେ ମହିଳା ସଙ୍ଗଠନକୁ ସୁଦୃଢ କରିବାକୁ ଯାଇଁ ହଜାର ହଜାର ମହିଳା ଓ ଶିଶୁଙ୍କ ଭାଗ୍ୟର ଡୋରୀକୁ ନିଜ ହାତରେ ଧରି ସଂସାରର ପଥରେ ଚଳିବାକୁ ନିଷ୍ପତି ନେଲି। ଜିଲ୍ଲାର ସମସ୍ତ ବ୍ଲକ ଓ ପୌରପରିଷଦରେ ଥିବା ଗରିବ, ଅସହାୟ, ନିରକ୍ଷଙ୍କର ସ୍ବାସ୍ଥ୍ୟ, ଶିକ୍ଷା, ଆର୍ଥିକ ସଚେତନ ଓ ଥଇଥାନ ପାଇଁ ନିଜକୁ ନିଯୋଜିତ କଲି। ୨୨ ବର୍ଷର ସଂଘର୍ଷ ପରେ ସଫଳତା ମିଳିଛି ମତେ। ଏହା ମଧ୍ୟରେ ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ, କଲିକତା ଆଦି ସ୍ତାନକୁ ଗ୍ରସ୍ତ ଏବଂ ଅଂଶଗ୍ରହଣ କରିଛି। ଦିଲ୍ଲୀ ଏବଂ ବାଂଲାଦେଶରେ ମହିଳା ମାନଙ୍କର ସ୍ତିତି ଏବଂ ଆର୍ଥିକ ସମସ୍ୟା ଉପରେ ଏକ ମାସ ଧରି ପ୍ରଶିକ୍ଷଣ ନେଇଛି। ରାଜ୍ୟ ସ୍ୱଛ ସେବ୍ୟ ସଂଗଠନର ଯୁଗ୍ମ ସମ୍ପାଦକ, ରାଜ୍ୟ ଖଣ୍ଡାୟତ କ୍ଷେତ୍ରୀୟ ମହାସଭା ର ମହିଳା ସଭାନେତ୍ରୀ, ରାଜ୍ୟ ନିଶା ନିବାରଣ ଅଭିଯାନର ମହିଳା ସଭାନେତ୍ରୀ, ରଏଡ କ୍ରସ, ସାହିତ୍ୟ ସଂସଦ, ଯୌତୁକ ନିର୍ଯାତନା କମିଟି ଆଦି ସମାଜ ସଂସ୍କାର ଧର୍ମୀ କାର୍ଯକ୍ରମରେ କାର୍ଯରତ। ରାଜ୍ୟ ଭାଷା ସୁରକ୍ଷା ଓ ଉତ୍କଳ ସମ୍ମିଳନୀ ର କରଜ୍ୟକାରୀ ସଭ୍ୟା। ଜାତିର, ଭାଷାର, ସାହିତ୍ୟର, ସୁରକ୍ଷା ପାଇଁ ଅନେକ ବାର ଆନ୍ଦୋଳନ କରିଛି। ଅନେକ ସାହିତ୍ୟ ଅନୁଷ୍ଠାନ ସହ ଜଡ଼ିତ ଓ ସମ୍ବର୍ଦ୍ଧିତ ହୋଇଛି। ଲେଖାକୁ ଗୁରୁତ୍ଵ ଦେଇ ପାଞ୍ଚ ଖଣ୍ଡ ଆଧୁନିକ, ଦୁଇ ଖଣ୍ଡ ଆଧ୍ୟାତ୍ମିକ ଓ ଦୁଇଟି ଶିଶୁ କବିତା ର ପ୍ରୟାସ କରିଛି।
ଜୀବନ ସାରା ହଜାରେ ମୋଡ, କେଉଠି ଖରା କେଉଁଠି ଝଡ..
ଜୀବନଟା ଅଟେ ଉଛୁଳା ତଟିନୀ, ସୁଖ ଦୁଖଃ ଦୁଇ କୁଳ..
ନିର୍ଦୟ ସାଗର ବୁଝେନା ତା ଦୁଖଃ, ମିଶିଗଲେ ଏକାକାର ..
ଜୀବନର ପ୍ରଥମ ସକଳ ହେଲା ଜନ୍ମ, ଶେଷ ସନ୍ଧ୍ୟା ହେଲା ମୃତ୍ଯୁ ..
~ ପାର୍ବତୀ ନାୟକ
EMAIL/ଇମେଲ୍ - missparbatinayak@gmail.com
ଠିକଣା- କେନ୍ଦ୍ରାପଡ଼ା, ଓଡ଼ିଶା।